ଗଣପତି ସିଦ୍ଧିଦାତା, ଏକଦନ୍ତ ବିଦ୍ୟାଦାତା,
ଜ୍ଞାନ ବିଜ୍ଞାନ ଦେବତା,
ଶଙ୍କର ପୁତ୍ର।
ତାଳପତ୍ର ପୋଥୀ ହସ୍ତେ, ମୂଷିକ ବାହନ ସାଥେ,
ଡାକୁଅଛୁ ଯୋଡ ହସ୍ତେ,
ବୁଜିଣ ନେତ୍ର।
ବନ୍ଦନା କରେ ଶ୍ରୀ ଗଣେଶ।
ବିଦ୍ୟା ଦିଅ ବୁଦ୍ଧି ଦିଅ ଦିଅ ଆଶିଷ।
ଗଣନାଥ ଲଡୁପ୍ରିୟ, ଏକଦନ୍ତ ମହାକାୟ,
ଭ୍ରାତା ତୁମ କାର୍ତ୍ତିକେୟ,
ଶମ୍ଭୁ ନନ୍ଦନ।
ପୂଜୁଛୁ ମହା ହରଷେ, ଆଶିଷ ଲଭିବା ଆଶେ,
ଅରପିଛୁ ତୁମ୍ଭ ପାଶେ,
ଫୁଲ ଚନ୍ଦନ।
କୃପାକର ଉମା କୁମର।
ଜ୍ଞାନର ଆଲୋକ ହଟିଯାଉ ଅନ୍ଧାର।
ଆସଦେବ ଲମ୍ବୋଦର, ଗଳାମଧ୍ୟେ ଫୁଲହାର,
ଗଜଦନ୍ତ ଦେବ ବର,
ଜ୍ଞାନ ଭଣ୍ଡାର।
ଅଜ୍ଞାନ ଅମା ଅନ୍ଧାର, ହଟିଯାଉ ବହୁଦୂର,
ବିପଦ ଖଣ୍ଡନ କର,
କର ଉଦ୍ଧାର।
ଜ୍ଞାନ ସାଗରେ ନିଅ ଟାଣି।
ସଜାଅ ଆମ୍ଭକୁ ପ୍ରଭୁ ଜ୍ଞାନ ରଙ୍କୁଣୀ।